ହନୁମାନଙ୍କ ବିଷୟରେ ଜାଣି ନିଅନ୍ତୁ ଏହି ବଡ କଥା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶନିବାର ସୂର୍ଯ୍ୟ ପୁତ୍ର ଶନିଙ୍କର ଉପାସନାର ଦିନ । ଏହି ଦିନ ଅଧିକାଂଶ ଲୋକ ହନୁମାନ ମନ୍ଦିର କୁ ଯାଇ ପୂଜା କରିଥାନ୍ତି । ମଙ୍ଗଳବାର ଦିନ ହନୁମାନଙ୍କ ବିଗ୍ରହରେ ରାଶି ତେଲ ଲାଗି ଏକ ରୋଚକ କଥା ରହିଛି । ଥରେ ପରମ ରାମ ଭକ୍ତ ହନୁମାନ ପର୍ବତ ଉପରେ ବସି ତପସ୍ୟା କରୁଥିଲେ । ଏହି ସମୟରେ ସୂର୍ଯ୍ୟ ପୁତ୍ର ଶନି ସେହି ପଥରେ ଯାଇଥିଲେ ଏବଂ ହନୁମାନଙ୍କୁ ଦେଖି ଅଟକି ଗଲେ ।

hanuman

ହନୁମାନ ଶନିଦେବଙ୍କୁ ପ୍ରତି ନମସ୍କାର ଜଣାଇଲେ । ଦୁହିଁଙ୍କ ମିଳନ ସରିବା ପରେ ଶନି କହିଲେ ଏବେ ସମୟ ଶନି ଚଳନର । ହେ ପବନ ପୁତ୍ର ମୁଁ ଆପଣଙ୍କ ଦେହରେ ସାଢେ ସାତ ବର୍ଷ ପର୍ଯ୍ୟନ୍ତ ରହିବି । ଏହା ପ୍ରାବନ୍ଧ ଆଉ ବିଧି ନିର୍ଧିଷ୍ଠ । ଯାହାକୁ ଶୁଣି ହନୁମାନ ହସିଲେ ଏବଂ କହିଲେ ମୋ ଦେହ, ମନ, ପ୍ରାଣ ଓ ଆତ୍ମା ସବୁଠି ପ୍ରଭୁ ଶ୍ରୀରାମଙ୍କ ର ନିବାସ । ଏଣୁ ଏଠାରେ କାହାର ପ୍ରବେଶ ନିଷେଧ ।

କ୍ରୋଧୀତ ଶନି କହିଲେ ଆପଣ ପ୍ରକୃତି ବିପରୀତ କାମ କରୁଛନ୍ତି । କ୍ରୋଧୀତ ଶନି କିନ୍ତୁ ହନୁମାନଙ୍କ ଦେହରେ ପ୍ରବେଶ କଲେ । ପୀତା ସନ୍ତାପ, ଆଉ ଦୁଃଖ ଦେବାକୁ ଶନିଙ୍କ ପ୍ରବେଶ ପରେ ହନୁମାନ ନୂଆ ଉପାୟ ଚିନ୍ତା କଲେ । ଖଣ୍ଡ ଖଣ୍ଡ କରି ପର୍ବତ ଆଣି ସେ ନିଜ ଦେହକୁ ଘସିବା କୁ ଲାଗିଲେ । ଏ ପୀଡା ଶନି ସହି ପାରିଲେ ନାହିଁ । କ୍ରମଶଃ ପର୍ବତ ମାନଙ୍କୁ ଆଣି ହନୁମାନ ନିଜ ଦେହରେ ଘସିବାକୁ ଲାଗିଲେ ।

shani

ଭୟରେ ଶନି ନିଜକୁ ହନୁମାନଙ୍କ ଦେହରୁ ବାହାର କରିଦେଲେ । ଏବଂ ଦେହରେ ପୀଡା କାରଣରୁ ଶନିଙ୍କୁ ତିଳ ବା ରାଶି ତେଲ ଲଗାଇବାକୁ ହନୁମାନ ପରାମର୍ଶ ଦେଲେ । ଶନି ହସିଲେ ଏବଂ କହିଲେ ଯେ ଶନିବାର ଦିନ ମୋ ଦେହରେ ଏବଂ ତୁମ ଦେହରେ ଯିଏ ରାଶି ତେଲ ଲଗାଇବ ତା ଉପରେ ମୋର କୃପା ସଦା ସର୍ବଦା ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *