ଧନ ବୃଦ୍ଧି କରିବାର ସବୁଠାରୁ ବଢିଆ ଉପାୟ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି ଜୀବନରେ ବହୁତ ସାରା ଧନ ଆସୁ ଏବଂ ବହୁତ ସାରା ଖୁସି ମଧ୍ୟ ଆସୁ । କିନ୍ତୁ କେବେକେବେ ଏମିତ ହୋଇଥାଏ କି ଆପଣ ବହୁତ ସାରା ଧନ କମେଇ ଥାନ୍ତି କିନ୍ତୁ ପାଖରେ ଧନ ରହେନାହିଁ । ବହୁତ ଜଲଦି ହିଁ ଆପଣ କମେଇଥିବା ଧନ ସରି ଯାଉଛି । ଏହା ବହୁତ ସହଜ ଉପାୟ ଅଟେ । ଯାହାକୁ କରିବା ଦ୍ୱାରା ଆପଣଙ୍କ ଧନ ଭଣ୍ଡାର କେବେବି ଖାଲି ରହିବ ନାହିଁ । ବରଂ ଆପଣ କମେଇଥିବା ଧନ ଦିନକୁ ଦିନ ବୃଦ୍ଧି ପାଇଁବ ।

ଏହା ବହୁତ ହିଁ ସହଜ ଅଟେ । ଯେକୌଣସି ବ୍ୟକ୍ତି ବି ତା ଘରେ ପ୍ରୟୋଗ କରିପାରିବ । ଏହି ପ୍ରୟୋଗ କୌଣସି ଗୁରୁବାର କି ଶୁକ୍ରବାର ଦିନ କରିବେ । କାହିଁକି ନା ଏ ଯେଉଁ ଦୁଇ ବାର ଗୁରୁବାର ନହେଲେ ଶୁକ୍ରବାର ଗୋଟେ ହେଉଛି ଦେବଗୁରୁ ଏବଂ ଆଉ ଗୋଟିଏ ହେଉଛି ବାର ହେଉଛି ମାଁ ଲକ୍ଷ୍ମୀଙ୍କ ବାର । ଏହି ଦୁଇ ବାରରେ କରାଯାଉଥିବା ଯେକୌଣସି ବି କାମ ଏହା ଅତି ସହଜ ଓ ଅତି ଶିଘ୍ର ଫଳ ଦେଇଥାଏ । ତେଣୁ ଆପଣ ଏହି ଦୁଇ ବାରରେ ହିଁ କରିବେ । ଏହାକୁ କରିବା ଆପଣଙ୍କ ଗୁରୁ ଓ ଶୁକ୍ର ବହୁତ ମଜବୁତ ହୋଇ ଯାଇଥାନ୍ତି । ତେଣୁ ଏହି ପ୍ରୟୋଗକୁ ଏହି ବାରରେ ହିଁ କରିବେ । ଧନ ପ୍ରାପ୍ତିର ଇଛା ପ୍ରତ୍ୟେକ ବ୍ୟକ୍ତିର ରହିଥାଏ ।

Lakshmi

ସବୁଠାରୁ ପ୍ରଥମ କଥା । ଆପଣ ପ୍ରଥମେ ଏକ ମାଠିଆ ନେବେ । ତାହା ପୁଣି ମାଟିରେ ବନା ହୋଇଥିବା ମାଠିଆ ହିଁ ନେବେ । ଯଦି ଆପଣଙ୍କ ପାଖରେ ମାଟିର ମାଠିଆ ନଥିବ ତେବେ ଆପଣଙ୍କ ଘରେ ପୂଜା ବେଳେ ବ୍ୟବହାର ହୋଇଥିବା କଳସ ଆପଣ ନେଇପାରିବେ । ସେ କଳସ ବି ମାଟିରେ ହୋଇଥିବ । ଯେଉଁ କଳସରେ ପାଣି ଭର୍ତ୍ତି ହୋଇଥିବ ବା ଯେଉଁ କଳସରୁ ଆପଣ ପାଣି ପିଉଥିବେ ବା ଆପଣ ସେହି ମାଠିଆ ଘରର କୌଣସି କାମରେ ବ୍ୟବହାର କରୁନଥିବେ ଆପଣ ଭୁଲରେ ବି ସେହି ମାଠିଆ ନେବେ ନାହିଁ ।

ଯଦି ଏହାପରେ ବି ଆପଣଙ୍କୁ କଳସ ବା ଆପଣଙ୍କ ପାଖରେ ମାଠିଆ ନାହିଁ ତେବେ ମାର୍କେଟ ରୁ ବି କିଣି ପାରିବେ । ଏବେ ଆପଣଙ୍କୁ ଏହି ମାଠିଆ ବା କଳସରେ ଚାଉଳ ରଖିବାର ଅଛି । ଆପଣ ମନେ କରି ଏହି ମାଠିଆରେ ଫୁଲ୍ କରି ଚାଉଳ ଭର୍ତ୍ତି କରି ରଖିବେ ଏବଂ ଏଥିରେ ଦୁଇଟି ଦୂବ ଘାସ ନେବେ ଯାହାକି ଗଣେଶଙ୍କର ବହୁତ ପ୍ରିୟ ହୋଇଥାଏ । ଏହାପରେ ଗୋଟେ ଟଙ୍କା ବା କଏନ ରଖିଦେବେ । ଏହି କଏନ କୁ ଚାଉଳ ଭିତରେ ହିଁ ରଖିବେ । ଏହାପରେ ଏକ ନାଲି କପଡାରେ ସେହି କଳସ ବା ମାଠିଆର ମୁହଁକୁ ଭଲସେ ବାନ୍ଧି ଦିଅନ୍ତୁ ।

Mother Lakshmi

ଏବେ ବନିଗଲା ଆପଣଙ୍କ ଦିବ୍ୟ ଧନ ଆସିବାର କଳସ । ଏହାକୁ ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବାର କଳସ ହୋଇଥାଏ । ଏହି କଳସକୁ ଆପଣଙ୍କ ଘରେ ଉତ୍ତର ପଶ୍ଚିମ କୋଣରେ ରଖିବେ । ଏହାକୁ ଆପଣ ତଳେ ହିଁ ରଖିପାରିବେ । ଏହାକୁ ଆପଣ ଏକ ବର୍ଷ ସେମିତି ସ୍ଥିର କରି ରଖିବେ। ଏବଂ ଏହାକୁ ଆର ବର୍ଷ ଉଠାଇ ଆପଣ ଭଗବାନଙ୍କୁ ସ୍ମରଣ କରି ପାଖରେ ଥିବା ନଦୀ କିମ୍ବା ଯେକୌଣସି ପୋଖରୀରେ ଭସାଇ ଦେବେ । ନହେଲେ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇଦେବେ ।

ଧ୍ୟାନ ରଖିବେ କି ଏହାକୁ ଭୁଲ ରେ ବି ଛାତ ଉପରେ ପକାଇବେ ନାହିଁ । ଯେଉଁ କଏନଟି ଥିବ ତାହାକୁ ନିଜ ପାଖରେ ରଖିଦେବେ ନହେଲେ କାହାକୁ ଦାନ କରିଦେବେ । କାରଣ ପଇସାକୁ କେବେବି କୋଉଠି ଭସାଇ ଦିଅନ୍ତି ନାହିଁ କିମ୍ବା ଫୋପାଡି ଦିଅନ୍ତି ନାହିଁ । ଭୁଲ୍ ରେ ବି ଏହି ପଇସାକୁ କୋଉଠି ପକାଇ ଦେବେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *