ଅଣ୍ଡା ଖାଉଛନ୍ତି କି ହୋଇପାରେ ଏହି ଅସୁବିଧା ଚାଲିଯାଇପାରେ ଜୀବନ ଜାଣନ୍ତୁ ସଂଫୁର୍ଣ ରହସ୍ୟ।

ଅଣ୍ଡା ଖାଉଛନ୍ତି କି ହୋଇପାରେ ଏହି ଅସୁବିଧା ଚାଲିଯାଇପାରେ ଜୀବନ ଜାଣନ୍ତୁ ସଂଫୁର୍ଣ ରହସ୍ୟ। ବନ୍ଧୁଗଣ ଅଣ୍ଡା ସ୍ବାସ୍ଥ୍ୟ ପକ୍ଷେ ବେସ୍ ହୀତକର ସେଥିପାଇଁ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ଏହାକୁ ସିଝା, ଫ୍ରାଏ, ପୋଚ୍, ତରକାରୀ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖିଆ ଯାଇପାରିବ । ଅଣ୍ଡାକୁ ଖୁବ କମ ସମୟ ମଧ୍ୟରେ ରନ୍ଧା ଯାଇପାରୁଥିବାରୁ ଏହାର ଚାହିଦା ମଧ୍ୟ ଆକାଶ ଛୁଆଁ ।

ଏଥିରେ ପ୍ରୋଟିନ୍, ମିନେରାଲ୍ସ୍, ଭିଟାମିନ୍ ଭଳି ପୋଷକ ଭରପୁର ଥାଏ । ଆପଣ ଜାଣନ୍ତି କି ଜରୁରୀ ଠାରୁ ଅଧିକ ଅଣ୍ଡା ଖାଇବା ମଧ୍ୟ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଉଥିବା ଲୋକଙ୍କୁ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ।

Eating eggs

ପ୍ରତିଦିନ ଗୋଟିଏରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ଡାଇବେଟିସ୍ ହେବାର ସମ୍ଭାବନା ପ୍ରାୟ ୬୦ ପ୍ରତିସତ ବଢିପାରେ । ଏହା ବ୍ରିଟିଶ୍ ଜର୍ନାଲ୍ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶ ପାଇଛି ।

ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା ମନୁଷ୍ୟ ଶରୀରରେ ଏହାର ପ୍ରଭାବ ପଡିଥାଏ । ଏହା ମଧ୍ୟ କହୁଯାଇଛି ଯେ, ପ୍ରତିଦିନ ୩୮ ଗ୍ରାମ ଅଣ୍ଡା ଖାଇ​‌ଲେ ଡାଇବେଟିସ୍ ଆଶଙ୍କା ୨୫ ପ୍ରତିଶତ ବଢିଯାଏ । ବିଶ୍ବରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । WHOର ତଥ୍ୟ ଅନୁଯାୟୀ ବିଶ୍ବରେ ପ୍ରାୟ ୬ ପ୍ରତିଶତ ଲୋକ ଡାଇବେଟିସରେ ପୀଡିତ ଏବଂ ଏହି ସଂଖ୍ୟା ଦିନକୁ ଦିନ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

egg

ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ ପାନୀୟ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ । ଡାଇବେଟିସ୍‌ରୁ ଆଶଙ୍କାରୁ ବର୍ତ୍ତିବା ପାଇଁ ସବୁଜ ପନିପରିବା ଖାଇବା ଆବଶ୍ୟକ । ଯେପରିକି ଶାଗ, ବ୍ରୋକଲୀ, ଗାଜର, ମେଥୀ, ବନ୍ଧା କୋବି, ଟମାଟର, ସବୁଜ ବିନ୍ସ୍ ଆଦି ଖାଇବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *