ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଛା ଦେଖିବା ପରେ ଅଧିକାଶଂ ଲୋକ ମାନେ ଭୟଭିତ ହୋଇଥାନ୍ତି । ତେବେ ଭୟବିତ ହେବା ବହୁତ ସ୍ୱଭାବିକ କଥା ଅଟେ । ବିଛା କାମୁଡିବା ଫଳ ରେ ଶରୀର କୁ ବିଷ ଯିବା କାରଣ ରୁ ଅନେକ ସମସ୍ୟା ଭୋଗ କରିବା ପାଇଁ ପଡିପାରନ୍ତି । ବିଭିନ୍ନ ସ୍ଥଳରେ ବିଛା କାମୁଡିବା ଦ୍ୱାରା ଅନେକ ଲୋକ ମାନଙ୍କ ମୃ-ତ୍ୟୁ ହୋଇଛି । ଏହି କାରଣ ଯୋଗୁଁ ଲୋକ ମାନେ ବିଛାକୁ ଘର ଭିତରେ ଏବଂ ବାହାରେ ଦେଖିବା ପାଇଁ ଡରନ୍ତି ।
ବର୍ତ୍ତମାନ ବିଛା ପାଳିବା ଏକ ଲାଭଜନକ କାରବାରରେ ପରିଣତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ୍ୟ ଯେ ଅନେକ ଲୋକ ବିଛା ପାଳିବା ଦ୍ୱାରା ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ତୁର୍କୀର ଜଣେ କୃଷକ ଏହି କଥାକୁ ସତ ବୋଲି ପ୍ରମାଣିତ କରିଛନ୍ତି । ଆସନ୍ତୁ ଆମେ ଆପଣଙ୍କୁ ଏହି କୃଷକ ଙ୍କ ସହିତ ପରିଚିତ କରାଇବା ।
ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତୁର୍କୀର ଦକ୍ଷିଣ ପୂର୍ବରେ ଅବସ୍ଥିତ ସାନଲିଉର୍ଫା ଅଞ୍ଚଳରେ ମେଟିନ ଓରେନଲର ନାମକ ଜଣେ ବ୍ୟକ୍ତି ଏକ ଫାର୍ମ ଚଳାନ୍ତି। ଏହି ଫାର୍ମରେ ସେ ଅନେକ ପ୍ଲାଷ୍ଟିକ୍ ବାକ୍ସରେ ହଜାର ହଜାର ବିଛାଙ୍କୁ ପାଳୁଛନ୍ତି । ଏହି ବିଛା ଗୁଡ଼ିକୁ ସଠିକ୍ ଭାବରେ ପାଳନ ପୋଷଣ କରିବା ପରେ ସେମାନଙ୍କର ବିଷ ବାହାର କରାଯାଏ । ଏହି ବିଷ ଅନେକ ମୂଲ୍ୟବାନ ଏବଂ ଆବଶ୍ୟକୀୟ ଔଷଧ ତିଆରିରେ ବ୍ୟବହୃତ ହୁଏ ।
ଏହି ବିଷକୁ ପାଉଡର ଭାବରେ ବିକ୍ରି କରାଯାଏ । ଓରେନଲର କହିଛନ୍ତି କି ସେ ତାଙ୍କ ଫାର୍ମରେ ପ୍ରାୟ 20 ହଜାରରୁ ଅଧିକ ବିଛା ରଖିଛନ୍ତି। ସେ ଏହି କାର୍ଯ୍ୟ 2020 ମସିହାରେ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ ବିଛାରୁ ବିଷ ବାହାର କରାଯିବା ପରେ ଏହି ବିଷକୁ ପ୍ରଥମେ ଫ୍ରିଜ କରି ସେଥିରୁ ପାଉଡର ତିଆରି କରାଯାଏ ପରେ ଏହାକୁ ୟୁରୋପକୁ ପଠାଯାଏ।
ଏକ ବିଛା ପ୍ରାୟ 2 ମିଲିଗ୍ରାମ ବିଷ ନିର୍ଗତ କରେ ଏବଂ ଏହି ପୂରା ଫାର୍ମରୁ ଗୋଟିଏ ଦିନରେ 2 ଗ୍ରାମ ବିଷ ନିର୍ଗତ ହୁଏ । ଓରେନଲର ଙ୍କ କହିବା ଅନୁସାରେ 1 ଲିଟର ବିଛା ବିଷର ମୂଲ୍ୟ 10 ମିଲିୟନ ଡଲାର ପର୍ଯ୍ୟନ୍ତ ଯାଇପାରେ। ଅନେକ କସମେଟିକ କମ୍ପାନୀ ଦାବି କରିଛନ୍ତି ଯେ ବିଛା ବିଷରେ ବହୁତ ଉପକାରୀ ଉପାଦାନ ଥାଏ । କେତେକ କମ୍ପାନୀ ଏହାକୁ ସେମାନଙ୍କ ଉତ୍ପାଦରେ ମଧ୍ୟ ବ୍ୟବହାର କରନ୍ତି । ତେବେ ଏହି ଦାବି ପାଇଁ ଏପର୍ଯ୍ୟନ୍ତ କୈଣସି ବୈଜ୍ଞାନିକ ପ୍ରମାଣ ମିଳି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।